ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏବେ ରାଜ୍ୟରେ ନୂତନ ଟ୍ରାଫିକ ନିୟମକୁ ନେଇ ଚେକିଂ କଡା କଡି ଚାଲିଛି । ଯଦି ନିୟମର ବ୍ୟତିକ୍ରମ କରୁଛନ୍ତି ତେବେ କଟା ହେଉଛି ମୋଟା ଅଙ୍କର ଚାଲାଣ । ଏଥିରୁ କେହି ବି ବାଦ୍ ପଡୁ ନାହାନ୍ତି । ଇତି ମଧ୍ୟରେ ଓଲିଉଡ ଅଭିନେତା ବାବୁସାନ୍ ଙ୍କ ନାଁରେ ଚାଲାଣ କଟାଯାଇଛି । ରାଜଧାନୀ ଭୁବନେଶ୍ୱରରେ ବିନା ହେଲମେଟ୍ ରେ ବାଇକ ଚଲାଇବାରୁ ବାବୁସାନ୍ ଙ୍କ ନାଁ ରେ ଏକ ହଜାର ଟଙ୍କାର ଚାଲାଣ କଟିଛି ।
ହେଲେ ସବୁଠାରୁ ବଡ କଥା ହେଉଛି ଟ୍ରାଫିକ ନିୟମ କଡା କଡା ହେଲା ପରେ ବି ଅଭିନେତା ବାବୁସାନ୍ ବେଖାତିର ଭାବେ ଗାଡି ଚଲାଉଥିବାର ନଜରକୁ ଆସିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କମିଶନରେଟ୍ ପୋଲିସ୍ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହାସହିତ ଆଗମୀ ଦିନରେ ଯେପରି ଏଭଳି ଭୁଲ୍ ନହୁଏ ସେନେଇ କମିଶନରେଟ୍ ପୋଲିସ ପକ୍ଷରୁ ପରାମର୍ଶ ମଧ୍ୟ ଦିଆଯାଇଛି ।
https://twitter.com/cpbbsrctc/status/1207354913262424064?s=20
- cpbbsrctc